or_obs-tn/content/01/10.md

3.3 KiB

କିଛି ଧୂଳି ନେଲେ

ଈଶ୍ଵର ଧୂଳି ବା ଭୂମିର ଶୁଷ୍କ ଧୂଳି ନେଇ ସେଥିରୁ ମନୁଷ୍ୟକୁ ନିର୍ମାଣ କଲେ । ପୃଥିବୀ ନିମନ୍ତେ ଯେଉଁ ସାଧାରଣ ଶବ୍ଦ ବ୍ୟବହୃତ ହୋଇଛି ଏହି ଶବ୍ଦ ଭିନ୍ନ ହେବ ।

ଏହାକୁ ନିର୍ମାଣ କଲେ 

ଏହି ଶବ୍ଦ ପ୍ରକାଶ କରେ ଯେ ଈଶ୍ଵର ବ୍ୟକ୍ତିଗତ ଭାବରେ ମନୁଷ୍ୟର ଆକାର ବନାଇଲେ, ଯାହା ତୁଳନା କରେ ଯେ ଜଣେ ତାହାର ହସ୍ତରେ କିପରି କିଛି ସୃଷ୍ଟି ନିର୍ମାଣ କରିପାରେ । ନିଶ୍ଚିତ ହୁଅନ୍ତୁ ଯେ “ସୃଷ୍ଟି”ରୁ ଏହି ଶବ୍ଦ ଭିନ୍ନ ଅଟେ । କେବଳ ବାକ୍ୟ ଉଚ୍ଚାରଣ ଦ୍ବାରା ଅନ୍ୟ ସମସ୍ତ ବିଷୟ ସୃଷ୍ଟି କରିବାଠାରୁ ନର(ମନୁସ୍ୟ) ନିର୍ମାଣ କରିବା ଯେ ଅତି ଭିନ୍ନ ଅଟେ ଏହା ଲକ୍ଷ୍ୟ କରନ୍ତୁ ।

ଜଣେ ନର

ଏହି ସମୟରେ କେବଳ ଜଣେ ପୁରୁଷହିଁ ନିର୍ମିତ ହୋଇଥିଲା; ନାରୀ ଭିନ୍ନ ଏକ ପଦ୍ଧତିରେ ପରେ ନିର୍ମିତ ହୋଇଥିଲା ।

ଶ୍ଵାସବାୟୁ ଦ୍ଵାରା ଜୀବନ ଦେଲେ 

ଈଶ୍ଵର ଯେତେବେଳେ ନିଜଠାରୁ ଆଦମଙ୍କ ଶରୀରକୁ ଜୀବନ ଦେଲେ ସେତେବେଳେ ଏହା ଈଶ୍ଵରଙ୍କ ଅତି ବ୍ୟକ୍ତିଗତ ଓ ନିବିଡ କାର୍ଯ୍ୟକୁ ଏହି ବାକ୍ୟାଂଶ ସୂଚାଏ, ମନୁଷ୍ୟ କିପରି ବାୟୁରୁ ଶ୍ଵାସବାୟୁ ବ୍ୟବହାର କରେ ଏହା ତାହାକୁ ତୁଳନା କରେ ।

ଜୀବନ 

ଏହି ଘଟଣାରେ, ଈଶ୍ଵର ମନୁଷ୍ୟ ମଧ୍ୟକୁ ଉଭୟ ଶାରୀରିକ ଓ ଆତ୍ମିକ ଜୀବନ ପ୍ରବେଶ କରାଇଲେ ।

ଆଦମ 

ପୁରାତନ ନିୟମରେ ଥିବା ଠିକ୍“ମନୁଷ୍ୟ”(ନର) ଶବ୍ଦ ପରି ଆଦମଙ୍କ ନାମ ଅଟେ, ଏବଂ ସେ ଯେଉଁ “ଧୂଳି”ରୁ ନିର୍ମିତ ହୋଇଥିଲେ, ସେଥିର ସମତୁଲ ଅଟେ ।

ଉଦ୍ୟାନ 

ଏକ ଉଦ୍ଦେଶ୍ୟ ନିମନ୍ତେ ବୃକ୍ଷ ଓ ଲତା ଲଗାଯାଇଥିବା ଭୂମିର ଏକ ଅଞ୍ଚଳ ଯାହା ସାଧାରଣତଃ ଫଳ ଉତ୍ପନ୍ନ କିମ୍ବା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନିମନ୍ତେ କରାଯାଇଥାଏ ।

ଏହାର ଯତ୍ନ ନେବା 

ଉଦ୍ୟାନର ଯତ୍ନ ନେବ, ଏଥିରେ ଥିବା ଅନାବନା ଘାସ ବାଛି, ଏଥିରେ ଜଳ ସେଚନ କରିବ, ଅମଳ କରିବ ଓ ରୋପଣ ଇତ୍ୟାଦି କରି, ଉଦ୍ୟାନକୁ ରକ୍ଷଣାବେକ୍ଷଣ କରିବା ।