or_obs-tn/content/01/09.md

3.2 KiB

ଆସ ଆମ୍ଭେ 

ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ନିର୍ଦ୍ଧିଷ୍ଟ ଭାବରେ ମନୁଷ୍ୟକୁ ନିର୍ମାଣ କରିବା ନିମନ୍ତେ ଏହା ଈଶ୍ଵରଙ୍କ ଉଦ୍ଦେଶ୍ୟମୂଳକ, ଇଛାପୂର୍ଣ୍ଣ ନିଷ୍ପତ୍ତିକୁ ସୁଚାଏ । ଆପଣ ଏହାକୁ ଏପରି ଭାବରେ ମଧ୍ୟ ଅନୁବାଦ କରିପାରନ୍ତି, “ ଆମ୍ଭେ କରିବା ।”

ଆମ୍ଭମାନଙ୍କ ନିମନ୍ତେ..ଆମ୍ଭମାନଙ୍କର..ଆମ୍ଭମାନଙ୍କୁ (us|ours|us)

ବାଇବଲ ଶିକ୍ଷା ଦିଏ ଯେ ଏକମାତ୍ର ଈଶ୍ଵର ଅଛନ୍ତି, କିନ୍ତୁ ପୁରାତନ ନିୟମରେ ଥିବା “ଈଶ୍ଵର” ଶବ୍ଦ ବହୁବଚନ ଶବ୍ଦ ଅଟେ, ଏବଂ ଈଶ୍ଵର ନିଜକୁ କହିବା ସମୟରେ ବହୁବଚନ ସର୍ବନାମ ବ୍ୟବହାର କରିଛନ୍ତି । କିଛି ଏହାକୁ ଏପରି ବୁଝନ୍ତି ଯେ ଏହା କଥା କହିବାର ଏକ ବିଶେଷ ପଦ୍ଧତି ଯାହା ଈଶ୍ଵରଙ୍କ ଗୌରବକୁ ପ୍ରକାଶ କରେ ,ଅନ୍ୟମାନେ ଏହାକୁ ଏପରି ବୁଝନ୍ତି ଯେ ପିତା ଈଶ୍ଵର ପୁତ୍ର ଓ ପବିତ୍ରଆତ୍ମାଙ୍କୁ କହୁଅଛନ୍ତି, ଯେଉଁ ସମସ୍ତେ ଈଶ୍ଵର ଅଟନ୍ତି ।

ଆମ୍ଭ ପ୍ରତିମୂର୍ତ୍ତିରେ 

ଏକ ପ୍ରତିମୂର୍ତ୍ତି ହେଉଛି କୌଣସି ବ୍ୟକ୍ତି ବା କିଛି ବିଷୟକୁ ନିଦର୍ଶନ କରୁଥିବା ଏକ ବିଷୟ । ମନୁଷ୍ୟମାନେ ଏପରି ଭାବରେ ନିର୍ମିତ ହୋଇଛନ୍ତି ଯେ ସେମାନେ ଈଶ୍ଵରଙ୍କର କିଛି ଗୁଣ ବା ବ୍ୟକ୍ତିତ୍ବକୁ ପ୍ରତିପାଦନ କରନ୍ତି ।

ଆମ୍ଭ ପରି 

ମନୁଷ୍ୟମାନେ ଈଶ୍ଵରଙ୍କର ଗୁଣ ମଧ୍ୟରୁ କିଛି ଗୁଣ ପାଇଛନ୍ତି, କିନ୍ତୁ ତାଙ୍କର ସମସ୍ତ ଗୁଣ ପାଇନାହାନ୍ତି । ଏହି ବାକ୍ୟାଂଶକୁ ଏପରି ଶବ୍ଦଗୁଡିକ ସହ ଅନୁବାଦ କରାଯିବା ଉଚିତ ଯାହା ଦେଖାଉଥିବ ଯେ ମନୁଷ୍ୟ ଈଶ୍ଵରଙ୍କ ପରି, କିନ୍ତୁ ଈଶ୍ଵରଙ୍କ ସମତୁଲ କିମ୍ବା ସେ ଯେପରି ସେପରି ନୁହଁନ୍ତି ।

ଅଧିକାର 

ପୃଥିବୀ ଓ ପଶୁଗୁଡିକ କିପରି ଭାବରେ ବ୍ୟବହୃତ ହେବେ ତାହାକୁ ପରିଚାଳିତ କରିବା ପାଇଁ, ନିର୍ଦ୍ଦେଶ ଓ ନିୟନ୍ତ୍ରଣ କରିବା ପାଇଁ ଈଶ୍ଵର ଲୋକମାନଙ୍କୁ ଅଧିକାର ଦେଲେ ।